
Rama Devi Sahu
461 days ago
🙏🌹 ଜୟ ଶ୍ରୀ କୃଷ୍ଣା 🌹🙏 କଣ ଗୋଟେ ଗାଇ ଚରାଉ ଥିବା ଲୋକଟାକୁ ପ୍ରଭୁ କହିଲେଣି "ତୁମେ ହିଁ ମୋର ଶ୍ରେଷ୍ଠ ଭକ୍ତ" ଏ କଥା ତାଙ୍କର ଦେହରେ ଗଲାନି। ଏହା ଶୁଣି ଦେବଶ୍ରୀ ନାରଦ ମୁନି ଆସି ହଠାତ୍ ପହଞ୍ଚି ଗଲେ ଶ୍ରୀହରି ବିଷ୍ଣୁଙ୍କ ପାସରେ। ଅଭିମାନ ଓ ଅଳ୍ପ କ୍ରୋଧ ଭରା କଣ୍ଠରେ କହିଲେ ପ୍ରଭୁ ଏହା କଣ ଠିକ୍ ତାକୁ ଆପଣ ଶ୍ରେଷ୍ଠ ଭକ୍ତରେ ଗ୍ରହଣ କଲେ ? କଣ ଗୋଟେ ଗାଈ ଚରାଇ ତାର ଦିନ ନିଏ ଆଉ ନିଜର ସଂସାର ଭିତରେ ନିଜ ଦୁଃଖ ସୁଖରେ ବୁଡ଼ି ରହେ। ସେ କେମିତି ଆପଣଙ୍କର ଶ୍ରେଷ୍ଠ ଭକ୍ତ ହେବ ? ତାର ନାଁ ଜପ ଥାଏ ନା ତପ ଥାଏ, ପ୍ରଭୁ ଶ୍ରୀହରି ବିଷ୍ଣୁ ଟିକେ ହସି କି କହିଲେ ଆଚ୍ଛା ଦେବଶ୍ରୀ ନାରଦେ ମୋ ପାଇଁ ଗୋଟେ କାମ କରିଦେବ..? ନାରଦ କହିଲେ.. ଆଜ୍ଞା ପ୍ରଦାନ କରନ୍ତୁ ପ୍ରଭୁ। ତାପରେ ଶ୍ରୀହରି ବିଷ୍ଣୁ କହିଲେ ଏଇ ସେ ଖୋଲା ପାତ୍ରଟିକୁ ଆଣନ୍ତୁ ସେଥିରେ ସଂପୂର୍ଣ୍ଣ ଜଳ ପୂର୍ଣ୍ଣ କରନ୍ତୁ ଏବଂ ଏହାକୁ ଅଞ୍ଜୁଳି ମଧ୍ୟରେ ଧରନ୍ତୁ। ନାରଦ କହିଲେ ଠିକ୍ ଅଛି ପ୍ରଭୁ, ଦେବଶ୍ରୀ ଙ୍କ ମନ ତ ପ୍ରଭୁ ମୋତେ କିପରି ଭକ୍ତ ଶ୍ରେଷ୍ଠ ବୋଲି ଗ୍ରହଣ। କରନ୍ତୁ। ଏଥିପାଇଁ ସେ ଧ୍ୟାନର ସହ ଆଜ୍ଞା ପାଳନ କରିବାକୁ ପ୍ରସ୍ତୁତ। ପ୍ରଭୁ ଶ୍ରୀବିଷ୍ଣୁ କହିଲେ ଏହାକୁ ହସ୍ତ ଅଞ୍ଜୁଳୀ ମଧ୍ୟ୍ୟ ଧରି ଏଇ ସେ ଛୋଟ ପାହାଡ ଚର୍ତୁପାର୍ଶ୍ୟ ରେ ପାଦରେ ଅତିକ୍ରମ କରି ଆସନ୍ତୁ, ହଁ ଧ୍ୟାନ ଯେମିତି ରହେ ଏଥିରୁ ଗୋଟେ ବୁନ୍ଦା ଜଳ କ୍ଷୁର୍ଣ୍ଣ ହେଲେ ଏହା କୁ ମୁଁ ସେବନ କରି ପାରିବି ନାହିଁ। ଦେବଶ୍ରୀ ନାରଦ ଧ୍ୟାନ ସହ ପାହାଡ଼ ଚତ୍ରୁପାର୍ଶ୍ୟ ଅତିକ୍ରମ କରିବାକୁ ଲାଗିଗଲେ। ଅବଶ୍ୟ ସମୟ ଲାଗିଲା କିନ୍ତୁ ଦେବଶ୍ରୀ ନାରଦ ଆସି ପ୍ରଭୁଙ୍କ ପାଖରେ ଆସି ପହଞ୍ଚିଲେ ଏବଂ କହିଲେ ଏଇ ନିଅନ୍ତୁ ପ୍ରଭୁ ଏଥିରୁ ଟୋପାଏ ଜଳ କ୍ଷୁର୍ଣ୍ଣ ହୋଇ ନାହିଁ। ପ୍ରଭୁ କହିଲେ ଧନ୍ୟବାଦ !! ପ୍ରଭୁ ପଚାରିଲେ ପାହାଡ଼ ଅତିକ୍ରମ କରିବା କଷ୍ଟ ଥିଲା କି ? ନାରଦ କହିଲେ ରାସ୍ତା ବି ସହଜ ନଥିଲା ଖାଲ ଖମା ଲତା ବୁଦା ଏବଂ ଛୋଟ ବଡ଼ ପଥର ଭରା ରାସ୍ତା କୁ ଏଣେ ଧ୍ୟାନ ଥାଏ ଜଳ ଯେପରି କ୍ଷୁର୍ଣ୍ଣ ନହେଉ । ଏହା ଦେବଶ୍ରୀଙ୍କ ପାଇଁ ବଡ଼ କଷ୍ଟ ସାଧ୍ୟ ଥିଲା ପ୍ରଭୁ। ପ୍ରଭୁ କହିଲେ ଆଚ୍ଛା, ତା ଭିତରେ ତୁମେ କେତେ ଥର ମୋତେ ସ୍ମରଣ କରିଥିଲ ? ନାରଦ କହିଲେ ଜମାରୁ ଥରେ ବି ସ୍ମରଣ କରି ନାହିଁ ପ୍ରଭୁ। ପ୍ରଭୂ କହିଲେ ସେ ଲୋକଟି ଗୋଟେ ଗାଈ ଚରାଇ ତାର ଦିନ ନିଏ ଆଉ ନିଜର ସଂସାର ଭିତରେ ନିଜ ଦୁଃଖ ସୁଖରେ ବୁଡ଼ିରହେ। ତାପରେ ବି ସେ ସବୁଦିନ ସନ୍ଧ୍ୟା ଓ ସକାଳେ ମୋତେ ସ୍ମରଣ କରି ବାକୁ କେବେ ଭୁଲି ନଥାଏ। ତେଣୁ ସେ ମୋର ଶ୍ରେଷ୍ଠ ଭକ୍ତ। ଭକ୍ତିରେ ଥରେ ସ୍ମରଣ କରି ଲେଖି ଦିଅନ୍ତୁ। ___ଜୟ ଶ୍ରୀକୃଷ୍ଣ 🙏 #jaishreekrishna #krishnabhakti #radhekrishna #quoteoftheday #story #subhadra #storytelling
Comments (1)

SHREE SHARMA
May 27, 2025
ये कौनसी भाषा है
