
Rama Devi Sahu
462 days ago
🙏🌹 Jai Shree Krishna 🌹🙏 ଶ୍ରୀକୃଷ୍ଣ ଓ ସୁଦାମା ଙ୍କ କଥା 🙏🙏🙏🙏🙏🙏🙏 ଅନେକ ଲୋକ ତ ଜାଣିଥିବେ... ଶ୍ରୀକୃଷ୍ଣ ଙ୍କ ଭାଗ ର ଖାଇବା ସୁଦାମା ଖାଇଥିଲେ ସେଥିପାଇଁ ସେ ଭିକ ମାଗିଲେ..... ଆଉ ଆମେ ଶିଖିବାକୁ ବି ପାଇଲେ ଯେ ଦୁନିଆ ରେ ଯେ ବି ହେଉ ନା କାଇଁ ଯଦି କିଏ କାହା ଭାଗ ଖାଇବା ତ ତାକୁ ସୁଧମୂଳ କରି ସୁଝିବାକୁ ପଡ଼ିବ...... କିନ୍ତୁ ଆପଣ ଜାଣନ୍ତି କି ସୁଦାମା କାହିଁକି ଶ୍ରୀକୃଷ୍ଣ ଙ୍କ ଭାଗ ଖାଇ ଥିଲେ??????? ତ ଚାଲନ୍ତୁ ଜାଣିବା.......👇🏻👇🏻👇🏻👇🏻👇🏻👇🏻👇🏻👇🏻 ଲୋକ ଏବେ ବି ଶ୍ରୀକୃଷ୍ଣ ଏବଂ ସୁଦାମା ଙ୍କ ବନ୍ଧୁତ୍ୱ କୁ ଉଦାହରଣ ସ୍ୱରୂପ ରେ କହିଥାନ୍ତି.... ସାଙ୍ଗ ହେବ ତ ସୁଦାମା ପରି..... ଏମିତି ଗୋଟେ ଦିନ ର କଥା.... ଶ୍ରୀକୃଷ୍ଣ ଏବଂ ସୁଦାମା ଦୁହେଁ ଗୁରୁକୁଳ ରେ ଶିକ୍ଷା ଗ୍ରହଣ କରିବାକୁ ଆସିଥାନ୍ତି.......... ଆଉ ସେ ଗୁରୁକୁଳ ଆଗରେ ଜଣେ ବୁଢ଼ୀମା ରହୁ ଥିଲେ ସେ ଭିକ୍ଷା ବୃତ୍ତି କରି ନିଜ ଜୀବନ ଯାପନ କରୁଥିଲେ...... ଦିନେ ସେ ଭିକ୍ଷା ରେ ଅନେକ ସାରା ଚଣା ପାଇଥିଲେ ଆଉ ସେଦିନ ସନ୍ଧ୍ୟା ହୋଇ ଯାଇଥିବାରୁ ସେ ଚଣା କୁ ଗୋଟେ ପୋଟୋଲି ରେ ବାନ୍ଧି ମୁଣ୍ଡ ପାଖରେ ରଖି ସୋଇ ପଡ଼ିଥିଲେ ଠିକ୍ ସେଇ ସମୟ ରେ ଦୁଇ ଜଣ ଚୋରା ଆସି ସେ ବୁଢ଼ୀମା ଘରେ ପଶି ଥିଲେ ଆଉ ସେ ପୋଟିଲି କୁ ମୁଣ୍ଡ ପାଖରେ ଦେଖି ସେ ଭାବିଲେ ନିଶ୍ଚୟ ୟା ଭିତରେ ସୁନା ରୂପା ଅଛି...... ଆଉ ତାକୁ ଚୋରି କରି ନେଇ ଆସିଲେ ଆଉ କିଛି ବାଟ ଆସି ଦେଖେତ ସେ ଭିତରେ ଚଣା ଅଛି........ ଚୋର ଦି ଜଣ ରାଗିକି ସେ ସେ ପୋଟୋଳି କୁ ଗୁରୁକୁଳ ସାମ୍ନା ରେ ଫୋପାଡି ଦେଇ ପଳାଇ ଗଲେ.......... ଦେଖୁ ଦେଖୁ ବ୍ରହ୍ମ ମୂହୁର୍ତ୍ତ ଆସିଲା ଗୁରୁକୁଳ ରେ ଅନେକ ଶିଷ୍ୟ ନିଦ ରୁ ଉଠୀ ନିଜର ନିତ୍ୟ କର୍ମ ପାଇଁ ଗଲେ ଆଉ ଗୁରୁକୁଳ ସାମ୍ନା ରେ ଦେଖିଲେ ଚଣା ପୋଟଲି ପଡ଼ିଛି.......... ସେ ତାକୁ ଉଠାଇ ଆଣି ରୋଷେଇ ଶାଳ ରେ ରଖିଦେଲେ ସେ ଶିଷ୍ୟ ମାନେ ଭାବିଲେ କିଏ ବୋଧେ ଶିଷ୍ୟ ଦୁଷ୍ଟାମୀ ପାଇଁ ଏ କାମ କରିଛି..... ଦେଖୁ ଦେଖୁ ସକାଳ ପାଇଲା ଆଉ ଆଜି ପାଲି ଥିଲା କୃଷ୍ଣ ସୁଦାମା ର ଗାଈ ଚରାଇ ଯିବାର ଦିନ.... ଗୁରୁମା ସେଇ ଚଣା ପୋଟୋଳୀ ରୁ ଚଣା କାଢି ଚଣା କୁ ଭାଜି କୃଷ୍ଣ ସୁଦାମା ଙ୍କୁ ଖାଇବା କୁ ଦେଇଥିଲେ ଆଉ ଗୁରୂମା କହିଥିଲେ ଗାଇ ଚରାଇଲା ବେଳେ ଯଦି ଭୋକ ଲାଗିବ ତ ଏ ଚଣା କୁ ଖାଇବ ................ କିନ୍ତୁ ସୁଦାମା ଥିଲେ ପବିତ୍ର ଆତ୍ମା ଆଉ ସେ ଆଗରୁ ହିଁ ଜାଣି ପାରିଥିଲେ..... କି ଏ ଚଣା ହେଉଛି ଚୋରି ର ଚଣା ଆଉ ଯେଉଁ ବୁଢୀମା ଠାରୁ ଏ ଚଣା ଚୋରି କରା ଯାଇଚି ସେ ବୁଢୀମା ଅଭିଶାପ ଦେଇଚି..... ମୋ ଚଣା ଯେ ଚୋରି କରୀକି ଖାଇଛି ସେ ଭିକାରୀ ହେବ ଭିକ ମାଗିବ ଦାରିଦ୍ର୍ୟ ହେବ...... ଆଉ ଏ ସବୁ ଜାଣି ସରିବା ପରେ ସୁଦାମା ମନେ ମନେ ମନସ୍ଥ କଲେ କି ଏ ଚଣା ମୁଁ ହିଁ ଏକା ଖାଇବି ଆଉ ସବୁ ଦୁଃଖ କଷ୍ଟ ଦାରିଦ୍ର୍ୟ.... ମୁଁ ମୋ ଭାଗ୍ୟ କୁ ଆଣିବି......... ମୋର ବନ୍ଧୁ ଶ୍ରୀକୃଷ୍ଣ ଯଦି ଏ ଚଣା ରୁ ଅଧା ଖାଇଲେ ତ ସେ ଭିକ ମାଗିବେ.... ଦାରିଦ୍ର୍ୟ ହେବେ....... ଯାହା ମୁଁ କେବେ ସହି ପାରିବି ନାହିଁ...... ଆଉ ଶ୍ରୀକୃଷ୍ଣ ଏବଂ ସୁଦାମା ଙ୍କ ଭିତରେ ଥିଲା ଅନେକ ପ୍ରେମ ଅନେକ ସ୍ନେହ ଆଉ ସେଇ ଦିନ ସଖା ସୁଦାମା ତାଙ୍କ ବନ୍ଧୁତା ନିଭାଇ ଥିଲେ ଆଉ ନିଜେ ସେ ଚଣା କୁ ଚୋରି କରି ଖାଇ ସବୁ ଦୁଃଖ କଷ୍ଟ ଦାରିଦ୍ର୍ୟ..... ନିଜ ମୁଣ୍ଡ ରେ ମୁଣ୍ଡାଇ ଥିଲେ..... ସେଇଥି ପାଇଁ ତ କୁହାଯାଏ ସୁଦାମା ପରି ସାଙ୍ଗ ଜଗତେ ନାହିଁ..... ଦୁନିଆ ର ସବୁଠାରୁ ଶ୍ରେଷ୍ଠ ବନ୍ଧୁତ୍ୱ ହେଉଛନ୍ତି କୃଷ୍ଣ ସୁଦାମା 🙏🙏🙏🙏
Comments (0)
No comments yet. Be the first to comment!
