
Rama Devi Sahu
431 days ago
🙏🌹 ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁ ମେ 🙏🌹 ତାରିଖ.୨୬.୦୬.୨୦୨୫ (ଗୁରୁବାର) ***************************************** *ଶ୍ରୀ ଜଗନ୍ନାଥ ସ୍ତୁତି* ନମସ୍ତେ ପ୍ରଭୁ ଜଗନ୍ନାଥ। ଅନାଥ ଲୋକଙ୍କର ନାଥ ।। ନମସ୍ତେ ପ୍ରଭୁ ବାସୁଦେବ । ଭକତ ଜନଙ୍କ ବାନ୍ଧବ ।। ନମସ୍ତେ ପ୍ରଭୁ ହୃଷିକେଶ । ଭକତ ଜନଙ୍କ ବିଶ୍ବାସ ।। ନମସ୍ତେ ପ୍ରଭୁ ବିଶ୍ଵରୂପି । ସକଳ ଘଟେ ଅଛ ବ୍ୟାପି ।। ସୃଷ୍ଟି ପ୍ରଳୟ ଅନ୍ତକରୁ । ଏସର୍ବ ଗର୍ଭରେ ସମ୍ଭାଳୁ ।। ପଚାଶ କୋଟି ବସୁନ୍ଧରୀ । ତୋର ହୃଦରେ ଛନ୍ତି ପୁରି ।। ଚଉଦ ଭୁବନ ପାଟଣା । ଏସର୍ବ ତୋହରି ରଚନା ।। ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି । ତୋ ବିନୁ ଅନ୍ୟ ଗତି ନାହିଁ ।। ସୃଷ୍ଟି ତୋହର ଖେଳଘର । ଅସହ୍ୟ ମାୟା ଯିବ ପାର ।। ତୋହର ନିଶ୍ବାସ ମରୁତ । ଦେବେ ହୋଇଲେ ତହୁଁ ଜାତ ।। ତୁହିଟି ଅଗ୍ନିଦେବ ଇନ୍ଦ୍ର । ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର ।। ଭୂଜରୁ ଅନନ୍ତ ମୁରତି । କନ୍ଧରୁ ଜାତ ସରସ୍ଵତୀ ।। ସଦାଚଞ୍ଚଳ ନିଦ୍ରା ନାହିଁ । ଏ ରୂପେ ଶୂନ୍ୟେ ଅଛୁ ରହି ।। ଏମନ୍ତ ଅଶେଷ ମହିମା । କେ ଜାଣିପାରେ ଗୁଣସୀମା ।। ତୋ ନାମେ କରୁଥିଲେ ଲୟ । କୋଟିଏ ଜନ୍ମ ପାପ କ୍ଷୟ ।। ନାମ ଘୋଷିଲେ ସର୍ବସିଦ୍ଧି । ଖଣ୍ଡଇ ରୋଗଶୋକ ଆଦି ।। ଆରତ ଭଞ୍ଜନ ତୋ ବାନା । ଆତଙ୍କ କାଳେ ବଜ୍ର ସେହ୍ନା ।। ହୋଇଲ ଦଶ ଅବତାର । ନାଶିଲ ଅବନୀର ଭାର ।। ଦୁଷ୍ଟ ନିବାରି ସନ୍ଥ ପାଳୁ । ତୁ ନାଥ ପରମ ଦୟାଳୁ ।। ତୁ ଅଟୁ ଦରିଦ୍ରଙ୍କ ଧନ। ତୋ ତତ୍ତ୍ବ ବୁଝେ ଜ୍ଞାନୀ ଜନ ।। ସତୀ ଯୁବତୀଙ୍କର ମନେ । ନିଜର ସ୍ବାମୀ ଥାନ୍ତି ଯେହ୍ନେ ।। ସେହି ପ୍ରକାରେ ମୋର ମନ । ତୋ ଠାରେ ରହୁ ଭଗବାନ ।। ଏମନ୍ତ ଭାବେ କଲେ ସ୍ତୁତି । ପ୍ରସନ୍ନ ହୋଇବେ ଶ୍ରୀପତି ।। ଏ ସ୍ତୁତି ଯେ ଜନ ଶୁଣନ୍ତି । ଯମ ତା ପାଖ ନମାଡନ୍ତି ।। ରାଜଦଣ୍ଡକୁ ନାହିଁ ଭୟ । ଅଇରି ମାନେ ଯାନ୍ତି କ୍ଷୟ ।। ଭୂତ ପିଶାଚ ପ୍ରେତ ଗଣ । କତିକି ନ ଆସନ୍ତି ପୁଣ ।। ଅଶୁଭ ସ୍ବପନ ଦେଖିବ । କି ଅବା ଗ୍ରହପୀଡା ଥିବ ।। ଏସ୍ତୁତି ଶ୍ରବଣେ ଶୁଣିଲେ । ହୁଅଇ ବାଞ୍ଛାସିଦ୍ଧି ଭଲେ ।। ବଢଇ ଆୟୁ ବିଦ୍ୟା ଧନ । ଖଣ୍ଡଇ ସବୁ କ୍ଳେଶମାନ ।। ଗଙ୍ଗା ସହିତେ ସର୍ବ ତୀର୍ଥେ । ସ୍ନାନ କରିଲେ ଫଳ ଯେତେ ।। ଏସ୍ତୁତି ପଢି ସେତେ ଫଳ । ନମଇଁ ପ୍ରଭୁ ପାଦତଳ ।। ଏସ୍ତୁତି ହୋଇଲା ସମ୍ପୁର୍ଣ୍ଣ । ଶୁଣି ସନ୍ତୋଷ କର ମନ ।। 🙏🙏🙏🙏🙏🙏
Comments (1)

RAKESH SHARMA OM NAMH SHIVAY 🥀🚩
Jun 26, 2025
JAGAT PALANHAR NARAYAN HARI SHREE VISHNU JI KA AASHIRWAD KRP SADEV AP AUR PARIWAR PAR BANA RAHE 🙏🚩
