
Rama Devi Sahu
463 days ago
Jai jai Shani Dev 🙏 ଓଁ ଶନିଶ୍ଚରୟ ନମଃ 🙏 ଯେତେବେଳେ ଶ୍ରୀକୃଷ୍ଣ ଜନ୍ମ ନେଲେ, ସମସ୍ତ ବ୍ରଜବାସୀ ନନ୍ଦବାବାଙ୍କ ଘରକୁ ଆସି ବାଳ କୃଷ୍ଣଙ୍କ ଦର୍ଶନ କରୁଥିଲେ। ଦେବତାମାନେ ମଧ୍ୟ ଆକାଶମାର୍ଗରେ ଆସି ଦର୍ଶନ କରି ପୁଷ୍ପ ବୃଷ୍ଟି କରୁଥିଲେ। କିନ୍ତୁ ଶନିଦେବଙ୍କ ମନଭାରି ଦେଖିବାକୁ ଡହଳ ବିକଳ ହେଉଥାଏ। କାରଣ ସେ ବି ମଧ୍ୟ୍ୟ ଯାଇଥିଲେ ଦର୍ଶନ କରିବାକୁ ମନେମନେ ଭାବୁଥିଲେ –“ଯେ ପର୍ଯ୍ୟନ୍ତ ମୁଁ ପ୍ରଭୁ ନାରାୟଣଙ୍କ ବାଳୁତ ରୂପକୁ ଦଶର୍ନ ନ କରିଛି, ମୋର ମନ ଶାନ୍ତି ପାଇବ ନାହିଁ। କିନ୍ତୁ ଏକଥା ମଧ୍ୟ୍ୟ ଭାବୁଥାନ୍ତି ଯେ ଯଦି ମୁଁ ଦେଖିବି, ମୋର ବକ୍ର ଦୃଷ୍ଟି ତାଙ୍କ ଉପରେ ପଡ଼ିଯିବ କି ?" ଏହା ଭାବି ଭାବି ସେ ଦ୍ୱାର ଦେଶରୁ ହିଁ ଫେରିବାକୁ ଲାଗନ୍ତି। ଏହି ସମୟରେ ବ୍ରଜବାସୀମାନେ ବାଳୁତ କୃଷ୍ଣଙ୍କୁ ଦର୍ଶନ କରି ଫେରୁଥିଲେ ଏବଂ କହୁଥିଲେ –“ଆହା! କେତେ ଅଦ୍ଭୁତ ଲାବଣ୍ୟମୟ ଦିବ୍ୟ ରୂପ ! ଏମିତି ସୁନ୍ଦରତା ପୃଥିବୀରେ ସ୍ଵପ୍ନରେ ମଧ୍ୟ ଦେଖିବାକୁ ମିଳିବ ନାହିଁ। ”ଏହା ଶୁଣି ଶନିଦେବଙ୍କ ମନରେ ଆହୁରି ବେଶି ଉତ୍କଣ୍ଠା ଜନ୍ମ ନେଲା। ସେ ନିଜକୁ ରୋକିପାରିଲେ ନାହିଁ ଏବଂ ଫେରି ପ୍ରଭୁଙ୍କ ଘର ପାଖରେ ପହଞ୍ଚିଗଲେ। ଏବେ ସେ ଏକ ଝରକା ମାଧ୍ୟମରେ ବାଳ କୃଷ୍ଣଙ୍କୁ ଦର୍ଶନ କରିବାକୁ ଚେଷ୍ଠା କରୁଥିଲେ। ଏହି ସମୟରେ ମାତା ଯଶୋଦା ଆସିଲେ ଏବଂ ଶନିଦେବଙ୍କୁ ଦେଖି ପଚାରିଲେ –“ଅଓ ! ମହାରାଜ, ଆପଣ କିଏ ? ଏଠାରେ କଣ କରୁଛନ୍ତି ?” ଶନିଦେବ କହିଲେ – “ମୁଁ ଆପଣଙ୍କ ପୁଅଙ୍କ ଦର୍ଶନ ପାଇଁ ଆସିଛି। ”ମାତା ଯଶୋଦା କହିଲେ –“ଅଓ ! ତେବେ ଏତେ ବେଳେ କାହିଁକି ? ପୂର୍ବରୁ ଆସିଲେ ନାହିଁ ? ଆଉ ଗୋକୁଳରେ ଆପଣକୁ ମୁଁ ତ କେବେ ଦେଖି ନାହିଁ, କେଉଁଠାରୁ ଆସିଛନ୍ତି ? ଆଉ ନାମ କଣ?” ଶନିଦେବ କହିଲେ – “ମୁଁ ଶନିଦେବ। ”ମାତା ଯଶୋଦା ହସି କହିଲେ –“ଅଅଅ... ଶନିଦେବ ? ମଁ ଚଣ୍ଡୀ ମାତା ! କହିଲେ କଣ ନା ମୁଁ ଶନିଦେବ ! ହଁ..ଆଉ ଆମ ଘରକୁ ଶନିଦେବ ଏମିତି ଆସିଯିବେ ? ”ମାତା ଯଶୋଦା ଏହାକୁ ସତ୍ୟ ବୋଲି ବିଶ୍ୱାସ କରିପାରିଲେ ନାହିଁ ଏବଂସେ ଶନିଦେବକୁ ଘର ଛାଡ଼ିବାକୁ କହିଲେ। ନିରାଶ ହୋଇ ଶନିଦେବ ପ୍ରସ୍ଥାନ କରିବାକୁ ଲାଗିଲେ ଏବଂ ଚାଲି ଚାଲି ଭାବୁଥାନ୍ତି ଓ ମନେମନେ କହୁଥାନ୍ତି –ପ୍ରଭୁ “ମୋତେ କେବେ କଣ ଆପଣଙ୍କ ବାଳୁତ ରୂପର ଦର୍ଶନ ସୌଭାଗ୍ୟ ମିଳିବ ନାହିଁ ?” ତାଙ୍କର ମନ ଅତି ଦୁଃଖିତ ହେଲା। ସେ କୃଷ୍ଣଙ୍କୁ ଗଭୀର ଭାବରେ ସ୍ମରଣ କରିବାକୁ ଲାଗିଲେ। ଭଗବାନ କୃଷ୍ଣ, ତାଙ୍କର ମନର ଭାବନାକୁ ଜାଣିପାରିଲେ, ଶନିଦେବଙ୍କ ଭାବକୁ ଅନୁଭବ କରି ତାଙ୍କର ଫେରିବା ରାସ୍ତାରେ ଏକ ବନ ମଧ୍ୟରେ କୋକିଳ ରୂପରେ ଆସି ବାଳୁତ କୃଷ୍ଣ ରୂପରେ ଦର୍ଶନ ଦେଲେ ଏବଂ ସେହି ବନର ନାମ କୋକିଳ ବନ ନାଁରେ ରହିଆସିଛି, ତାପରେ ଶ୍ରୀକୃଷ୍ଣ କହିଲେ –“ଶନିଦେବ, ତୁମେ ମୋର ଉପରେ ଅଗାଧ ଭକ୍ତି ରଖିଛ। ମୁଁ କେବେ ମଧ୍ୟ ତୁମରେ ବକ୍ର ଦୃଷ୍ଟି ଅନୁଭବ କରିପାରି ନାହିଁ। ଭକ୍ତିର ସହ ଥରେ ଲେଖି ଦିଅନ୍ତୁ "ଜୟ ଶ୍ରୀ କୃଷ୍ଣ 🙏" ଓଁ ଶନିଶ୍ଚରାୟ ନମଃ 🙏 #krishna #Shanidev #jaishreekrishna #krishnabhakti #shanidevmaharaj #krishnalove #krishnaquotes
Comments (0)
No comments yet. Be the first to comment!
