MyMandirInstall
Profile

Rama Devi Sahu

463 days ago

🙏🌹 ଜୟ ଜଗନ୍ନାଥ 🌹🙏 ସନ୍ଥ କବି ଭୀମ ଭୋଇ ନିଜର ଦୁଃଖଦ ପିଲା ଦିନକୁ ମନେ ପକାଇ ଲେଖି ଯାଇଛନ୍ତି ସ୍ତୁତି ଚିନ୍ତାମଣି କାବ୍ୟରେ - ସପ୍ତ ବରଷରୁ ଅଷ୍ଟମ ନବମ ଦଶମ ଏଗାର ହେଲା ବାର ବରଷରୁ ‌ ବତ୍ସାଙ୍କ ସଙ୍ଗତେ ବନେ ବୁଲି ଦିନ ଗଲା । ବୁଲୁଥାଇ ବନେ ନିତି ପ୍ରତିଦିନେ ବତ୍ସାଙ୍କୁ ସଙ୍ଗତେ ଘେନି, କ୍ଷୁଧା ତୃଷା କଲେ ‌ ଜୀବନ ବିକଳେ ପିଉଥାଇ ଝର ପାଣି । ଆକାଶକୁ ଚାହିଁ ମନରେ ଭାଳଇ କରୁଥାଇ ପାଞ୍ଚ ହେଜ, ବେଳ ହୋଇନାହିଁ ‌ ଯିବି ମୁଁ କିମ୍ପାଇଁ ନ ମିଳିବ ପାଣି ପେଜ । ଧନ୍ୟ ଏ ପିଣ୍ଡ ନହୋଇ ଖଣ୍ଡ ଖଣ୍ଡ ସହି ଅଛି ଯେତେ ମାଡ଼, ଗାଳି ଦ୍ବନ୍ଦ ପଛ ‌ ଆଡ଼କୁ ପକାଇ ଚିତ୍ତ କରିଥାଇ ଦୃଢ । ଲୁହ ନାହିଁ ରକ୍ତ ବୋହୁଥାଏ ମୋର ଶ୍ରୀ ହସ୍ତେ ନିଅଇ ପୋଛି, କେହି ନ ଜାଣନ୍ତି ‌ ଶ୍ରୀ ଗୁରୁ ଜାଣନ୍ତି ଯେତେ କଷ୍ଟ ପାଇଅଛି ।

Comments (0)

No comments yet. Be the first to comment!