
Rama Devi Sahu
462 days ago
🙏🌹 ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🌹🙏 ହରି ଓମ୍ ପ୍ରିୟ ସଜ୍ଜନ ବୃନ୍ଦ କିଛି ଦିନ ଭଗବାନ ଶ୍ରୀକୃଷ୍ଣ ଙ୍କ ଲୀଳା ବିଷୟ ଜାଣିଲେ,ଅର୍ଥାତ୍ ଭକ୍ତି ଯୋଗ. ଆଜି ଶାସ୍ତ୍ର ବିଷୟ ଚିନ୍ତନ କରିବା.ମାନେ ଜ୍ଞାନ ଯୋଗ. ପରମ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିବ ନିତ୍ୟ. ତଥ୍ୟ ଜାଣିଲେ ତୁ ଟେ ଭ୍ରାନ୍ତି ଭବ ସା ଗରୁ ତରି ଯାନ୍ତି. ସଜ୍ଜନ ବୃନ୍ଦ, ମନୁଷ୍ୟ ଜୀବନ ର ଲକ୍ଷ୍ୟ କଣ ? ଲୌକିକ ବିଦ୍ୟା ଅଧ୍ୟୟନ କରି ,ଚାକିରି କରିବା,ବ୍ୟବସାୟ କରିବା,ବିବାହ କରି,ସଂସାର ରେ ,ମାୟାରେ ବାୟା ହେବା,ଭୋଗ ଆଉ ସଂଗ୍ରହ କରିବା ଏତିକି ରେ ଯେଉଁ ବ୍ୟକ୍ତି ଖୁସି ହୋଇ ଯାଆନ୍ତି,ସେମାନଙ୍କୁ ଅବିବେକି ,ମନୁଷ୍ୟ ବୋଲି କୁହା ଯାଇଥାଏ. ହେଲେ ଲକ୍ଷ୍ୟ କଣ? ନା ଭଗବତ ପ୍ରାପ୍ତ,ବା ଆତ୍ମ ସାକ୍ଷାତକାର,ବା (self_Realisation)ସବୁ ଏକ ଅର୍ଥ . ଗୃହସ୍ଥ ଆଶ୍ରମ ରେ ଆମେ ରହି,ପରିବାର ପାଇଁ ନିଜର କର୍ତ୍ତବ୍ୟ କର୍ମ କରି କିପରି ଆମେ ଭଗବତ୍ ପ୍ରାପ୍ତ କରିବା ତାହା ଆମର ପୁରୁଷାର୍ଥ,ଚେଷ୍ଟା ଓ ସାଧନା ଉପରେ ରହିଲା.ନିଜେ ଖସଡ଼ା ପ୍ରସ୍ତୁତ କରି ବାକୁ ହେବ ପ୍ରତିଦିନ 24 ଘଣ୍ଟା ରୁ କେତେ ଘଣ୍ଟା ଭଗବତ୍ କାର୍ଯ୍ୟ ପାଇଁ ସମୟ ଦେବା. ଭଗବାନ ଗୃହସ୍ଥ ମାନଙ୍କ ଉପରେ କୃପା କରିବା ଭଗବତ୍ ପ୍ରାପ୍ତି ର ଅତି ସରଳ,ସହଜ ମାର୍ଗ ଗୀତା, ଭାଗବତ ମାଧ୍ୟମ ରେ ଜଣେଇ ଛନ୍ତି. କେମିତି ? ଯେଉଁ ମାନେ ପରମାତ୍ମା ଙ୍କୁ ପାଇବାକୁ ଚାହାଁନ୍ତି ତାଙ୍କ ପାଇଁ ଏକ ମାତ୍ର ଉପାୟ ଏହି କି ଯେ ସେ ସବୁରି ଆତ୍ମା ସ୍ୱରୂପ ଭଗବାନ ଶ୍ରୀ ହରି ଙ୍କ ନାମ,ଧାମ,ରୂପ,ଲୀଳା,ଗୁଣ,ଚରିତ,ହିଁ ଶ୍ରବଣ, ମନନ୍,ଚିନ୍ତନ,ସ୍ମରଣ, ନିଦ୍ଧି ଦ୍ୟାସନ୍,ଯମ,ନିୟମ,ଆଦି ପାଳନ ପୂର୍ବକ ପ୍ରିତିଦିନ ଅଭ୍ୟାସ କରିବ ତେବେ ସେହି ସାଧକ ର ଭଗବାନଙ୍କ ସହ ସମନ୍ଧ ସ୍ଥାପନ ହୋଇଯିବ.ଭଗବାନଙ୍କ ସହ ସମନ୍ଧ ଓ ପ୍ରେମ ନିବିଡ ହୋଇ ଗଲେ ସାଧକ ଦୟାର ପାତ୍ର ହୋଇଯିବ.ଆଉ ସେ ସହଜରେ ଆତ୍ମ ଜ୍ଞାନ ପ୍ରାପ୍ତ କରି ତାର ସମସ୍ତ କର୍ମ ନଷ୍ଟ ହୋଇଯିବ, ଓ ଜୀବନ ମୁକ୍ତ ମହାପୁରୁଷ ହୋଇଯିବ.ଶରୀର ତ୍ୟାଗ ପରେ ବିଦେହ ମୁକ୍ତି ପ୍ରାପ୍ତ ହେବ.ଅର୍ଥାତ୍ ସେ ଆଉ ଜନ୍ମ,ମୃତ୍ୟୁ ଚକ୍ର ରେ ଘାଣ୍ଟି ହେବ ନାହିଁ. 🙏🙏🙏🌹🌹
Comments (0)
No comments yet. Be the first to comment!
