
Rama Devi Sahu
459 days ago
🙏🌹 ଜୟ ଜଗନ୍ନାଥ 🌹🙏 🌹🌹🌹🌹🌹🌹🌹🌹 #ଗର୍ବ_ଦୂର_ହେଲା ଦିନେ ଭଗବାନ ଙ୍କ ସୁଦର୍ଶନ ଚକ୍ର, ଗରୁଡ଼ ଆଉ ସତ୍ୟଭାମା ଙ୍କ ମନରେ ଗର୍ବ ଭାବ ଉତପନ୍ନ ହେଲା l ଗରୁଡ଼ ଭାବୁଥିଲେ ମୁଁ ଭଗବାନ ଙ୍କ ବାହାନ ମୋର ସବୁଠୁ ପ୍ରଖର ବେଗ ସୁଦର୍ଶନ ଭାବିଲେ ଯେହେତୁ ମୁଁ ଭଗବାନଙ୍କ ହାତରେ ଥାଏ ମୁଁ ସବୁଠୁ ବଡ଼ l ସତ୍ୟଭାମା ମନେ ମନେ ଭାବିଲେ ମୁଁ ସବୁଠୁ ସୁନ୍ଦର ତେଣୁ ଭଗଵlନ ଏମାନଂକ ଗର୍ବକୁ ଭାଙ୍ଗିବା ପାଇଁ ଭଗଵlନ ଗରୁଡ଼ କୁ କହିଲେ l ହେ ଗରୁଡ଼ ତୁମେ ଯାଅ ମୋର ପ୍ରିୟ ଭକ୍ତ ହନୁମାନଙ୍କୁ ଡାକି ଆଣିବ l ଗରୁଡ଼ କ୍ଷିପ୍ର ବେଗରେ ଗରୁଡ଼କୁ ଡାକିବା ପାଇଁ ଆଗେଇ ଗଲେ l ପ୍ରଭୁ ଶ୍ରୀରାମ ଙ୍କ ବେଶରେ ବାହାରିଲେ ସତ୍ୟଭାମାଙ୍କୁ କହିଲେ ତୁମେ ସୀତାଙ୍କ ରୁପକୁ ଧାରଣ କର l ସତ୍ୟଭାମା ପ୍ରଭୁଙ୍କ କଥାକୁ ଧ୍ୟାନ ନ ଦେଇ ଅତି ସୁନ୍ଦର ସlଜସଜା ହୋଇ ବସି ରହିଲେ l ଗରୁଡ଼ ଭଗବାନଙ୍କ ପାଖରେ ପହଂଚି କହିଲେ ପ୍ରଭୁ ଅପଣଂକୁ ମନେ ପକାଉଛନ୍ତି l ହନୁମାନ ଆଉ କାଳ ବିଳମ୍ବ ନ କରି ବାହାରି ପଡିଲେ l ଗରୁଡ଼ ପଛକୁ ଚାହିଁବାରୁ ହନୁମାନ ଦିଶୁ ନ ଥିଲେ l ଗରୁଡ଼ ଭାବିଲେ ବୃଦ୍ଧ ଶରୀର ବାଟରେ କୋଉଠି ରହି ଯାଇଥିବେ l ଏହା ଭାବି ଗରୁଡ଼ କ୍ଷିପ୍ର ଗତିରେ ଶ୍ରୀକୃଷ୍ଣ ଙ୍କ ପାଖକୁ ଧାଇଁଗଲେ l ହନୁମାନ ରାମଙ୍କୁ ପ୍ରଣାମ କଲେ l ଆଉ ପାଖରେ ଥିବା ସତ୍ୟଭାମା ଙ୍କ ଆଡକୁ ହାତ ଦେଖାଇ କହିଲେ ପ୍ରଭୁ ଏହି ଦାସୀ ଜଣଙ୍କ କିଏ? ସତ୍ୟଭାମା ଲାଜରେ ଜଳି ଯାଇଥିଲେ ହେଲା ସେ ସୀତା ରୂପରେ ହନୁମାନଙ୍କୁ ଦର୍ଶନ ଦେଲେ lଶ୍ରୀକୃଷ୍ଣ କହିଲେ ବାଟରେ କେହି ତୁମକୁ ଅଟକେଇ ନାହାନ୍ତି କି? ହନୁମାନ ନିଜ କଳରୁ ସୁଦର୍ଶନ ଙ୍କୁ ବାହାର କଲେ l ଗରୁଡ଼ ଆସି ଦେଖିଲେ ହନୁମାନ ତାଙ୍କ ବହୁତ ପୂର୍ବରୁ ଆସି ସାରିଥିଲେ l ଏଥିରେ ସମସ୍ତଙ୍କ ଗର୍ବ ଦୂର ହୋଇ ଥିଲା ।
Comments (0)
No comments yet. Be the first to comment!
