ଶନିଦେବ

Bhabani Shankar Dash Jan 15, 2022

+5 प्रतिक्रिया 0 कॉमेंट्स • 2 शेयर
Bhabani Shankar Dash Jan 15, 2022

ପିତା ସୂର୍ଯ୍ୟଦେବଙ୍କ ସହ ଶନିଦେବଙ୍କ ସମ୍ପର୍କ ଖରାପ ହେବା ପଛରେ ରହିଛି ଏହି ବିଶେଷ କାରଣ, ଜାଣନ୍ତୁ ମକର ସଂକ୍ରାନ୍ତିରେ ସୂର୍ଯ୍ୟଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହିଦିନ ଉଭୟ ସୂର୍ଯ୍ୟଦେବ ଓ ଶନିଦେବଙ୍କ ପୂଜା କରାଯାଏ । ଜ୍ୟୋତିଷ ଶାସ୍ତ୍ର ମୁତାବିକ ଗତ କାଲି ମକର ସଂକ୍ରାନ୍ତିରେ ଦୀର୍ଘ ୨୯ ବର୍ଷ ପରେ ସୂର୍ଯ୍ୟ ଦେବଙ୍କ ସହ ପୁତ୍ର ଶନିଦେବଙ୍କ ସାମ୍ନା ହୋଇଛି । ଆଜି ଆମେ ନ୍ୟାୟ ଦେବତା ଶନିଦେବଙ୍କୁ ନେଇ କିଛି ରୋଚକ କଥା କହିବୁ । ପୌରାଣିକ ମାନ୍ୟତା ଅନୁଯାୟୀ ସୂର୍ଯ୍ୟଦେବଙ୍କ ବିବାହ ସନ୍ଧ୍ୟାଙ୍କ ସହ ହୋଇଥିଲା । ବିବାହ ପରେ ସନ୍ଧ୍ୟା ଦେବୀ ନିଜ ଶ୍ୱଶୁର ଘର ମାନେ ସୂର୍ଯ୍ୟାଲୋକ ଚାଲିଯାଇଥିଲେ । କୁହାଯାଏ ଯେ ସନ୍ଧ୍ୟା ଦେବୀ ସୂର୍ଯ୍ୟଦେବଙ୍କ ତେଜକୁ ସହ୍ୟ କରିପାରନ୍ତି ନାହିଁ । ତେଣୁ ସେ ସୂର୍ଯ୍ୟ ଦେବଙ୍କଠୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । କିନ୍ତୁ କିଛି ସମୟ ସେ ସୂର୍ଯ୍ୟ ଦେବଙ୍କସହ ସୂର୍ଯ୍ୟା ଲୋକରେ ରହିବା ପରେ ତାଙ୍କ ଗର୍ଭରୁ ମନୁ, ଯମରାଜ ଏବଂ ୟମୁନୀ ୩ଟି ସନ୍ତାନ ଜନ୍ମ ନେଇଥିଲେ । ଏକଦା ସନ୍ଧ୍ୟା ଦେବୀ ତାଙ୍କ ପିତାଙ୍କୁ ସୂର୍ଯ୍ୟଦେବଙ୍କ ତେଜ ସମ୍ପର୍କରେ କହିଥିଲେ । ତେଜ ସହ୍ୟ ନକରିପାରିବାରୁ ସେ ତାଙ୍କ ପିତାଙ୍କ ଘରେ ରହିବା ପାଇଁ କହିଲେ । କିନ୍ତୁ ତାଙ୍କ ପିତା ମନା କରିଦେଲେ । ଆଉ କହିଲେ ଯେ ବିବାହ ପରେ ଶ୍ୱଶୁର ଘର ହିଁ ସନ୍ଧ୍ୟାଙ୍କ ନିଜ ଘର । ଏହାପରେ ଦେବୀ ନିଜ ଘରକୁ ତ ଫେରିଗଲେ । କିନ୍ତୁ ସୂର୍ଯ୍ୟ ଦେବଙ୍କଠୁ ଦୂରରେ ରହିବା ପାଇଁ ବିଚାର କଲେ । କୁହାଯାଏ ଯେ ସନ୍ଧ୍ୟାଦେବୀ ଦେବୀୟ ଶକ୍ତିର ପ୍ରୟୋଗ କରି ନିଜର ଏକ ଅବିକଳ ଛବି ତିଆରି କଲେ । ତାଙ୍କୁ ସବୁ ଦାୟିତ୍ୱ ଦେବା ପରେ ନିଜେ ତପ କରିବା ପାଇଁ ଚାଲିଗଲେ । କିଛିଦିନ ପରେ ସେହି ଛବି ସମ୍ବର୍ଣ୍ଣାଙ୍କଠୁ ଶନିଦେବଙ୍କ ଜନ୍ମ ହେଲା । ତେବେ ସୂର୍ଯ୍ୟ ଦେବଙ୍କ ତେଜ ଓ ଭକ୍ତି ପାଇଁ ଶନିଦେବଙ୍କ ଶରୀର ରଙ୍ଗ ଗର୍ଭରେ କଳା ହୋଇଯାଇଥିଲା । ଶନିଦେବଙ୍କ ଜନ୍ମ ପରେ ସୂର୍ଯ୍ୟ ଦେବଙ୍କୁ ସନ୍ଦେହ ହେଲା ଯେ ସେ ତାଙ୍କ ପୁତ୍ର ନୁହଁନ୍ତି । ଯେବେ ତାଙ୍କ କ୍ରୋଧ ନଜର ଶନିଦେବଙ୍କ ଉପରେ ପଡ଼ିଲା ସେତେବେଳେ ସୂର୍ଯ୍ୟଦେବ ମଧ୍ୟ କଳା ପଡ଼ିଗଲେ ।ଏହାପରେ ଭଗବାନ ଶିବଙ୍କ ପାଖରେ ପହଞ୍ଚିଲେ । ଏହାପରେ ପ୍ରଭୁ ଭୋଳାନାଥ ତାଙ୍କୁ ସବୁ ସ୍ଥିତି ସମ୍ପର୍କରେ ଅବଗତ କରାଇଲେ । ଏହାପରେ ସୂର୍ଯ୍ୟଦେବ ସମ୍ବର୍ଣ୍ଣାଙ୍କୁ କ୍ଷମା ମାଗିଲେ । ଏହାପରେ କିନ୍ତୁ ଶନିଦେବଙ୍କ ସହ ତାଙ୍କ ସମ୍ପର୍କ ଭଲ ରହି ନଥିଲା । କିନ୍ତୁ ନ୍ୟାୟ ଦେବ ଶନିଦେବ ସମସ୍ତଙ୍କ ପାଇଁ ନ୍ୟାୟ ବିଚାର କରିଥାନ୍ତି । ତେଣୁ ତାଙ୍କ କୃପା ଲାଭ ପାଇଁ ଆଜି ଶନିବାର ତାଙ୍କ ପୂଜା କରନ୍ତୁ । ମନ ପସନ୍ଦର ଭୋଗ ଲଗାଇବା ସହ ନିଜ ମନସ୍କାମନା ପୂର୍ଣ୍ଣ କରନ୍ତୁ ।

+4 प्रतिक्रिया 0 कॉमेंट्स • 0 शेयर
Bhabani Shankar Dash Jan 15, 2022

ସୂର୍ଯ୍ୟଦେବ କାହିଁକି ଜାଳିଦେଇଥିଲେ ପୁତ୍ର ଶନିଦେବଙ୍କ ଘର, ପଢନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ ମକର ସଂକ୍ରାନ୍ତି ପର୍ବକୁ ଅନେକ ସ୍ଥାନରେ ୧୫ ଜାନୁଆରୀରେ ମଧ୍ୟ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ମକର ରାଶିରେ ପ୍ରବେଶ ହୋଇସାରିଛି। ମକର ରାଶିର ସ୍ୱାମୀ ଶନି ଦେବ। ମକର ସଂକ୍ରାନ୍ତି ପର୍ବ ସହିତ ଶନି ଦେବଙ୍କର ସଂଯୋଗ ରହିଛି। ସଂକ୍ରାନ୍ତି ଠାରୁ ଆସନ୍ତା ଗୋଟେ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ନିଜ ପୁତ୍ର ଶନିଙ୍କ ସାଥିରେ ରୁହନ୍ତି। ମାନ୍ୟତା ରହିଛି ଯେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ନିଜ ପୁତ୍ରକୁ ଭେଟିବାକୁ ଆସନ୍ତି। କୁହାଯାଏ ଯେ ଏହିଦିନ ସୂର୍ଯ୍ୟଦେବ ଶନି ଦେବଙ୍କୁ ଗୋଟେ ବରଦାନ ଦେଇଥିଲେ। ତେବେ ଆସନ୍ତୁ ଆଗରେ ଜାଣିବା ପୌରାଣିକ କଥା। ସୂର୍ଯ୍ୟ ଦେବଙ୍କୁ ମିଳିଥିଲା ଅଭିଶାପ ଶନି କଳା ହେବା ପଛରେ କାରଣ ହେଉଛି ତାଙ୍କ ପିତା ସୂର୍ଯ୍ୟ। କାହିଁକିନା ସୂର୍ଯ୍ୟଦେବ ତାଙ୍କୁ ପସନ୍ଦ କରୁନଥିଲେ। ଯେଉଁ କାରଣରୁ ସେ ଶନିଙ୍କୁ ତାଙ୍କ ମାତା ଛାୟାଙ୍କ ଠାରୁ ଅଲଗା କରିଦେଇଥିଲେ। ଏଥିରେ ଦୁଃଖୀ ହୋଇ ଛାୟା ସୂର୍ଯ୍ୟଦେବଙ୍କୁ କୁଷ୍ଠ ରୋଗର ଅଭିଶାପ ଦେଇଥିଲେ। ଯାହାପରେ ସୂର୍ଯ୍ୟ କୁଷ୍ଠ ରୋଗରେ ପୀଡିତ ହୋଇଗଲେ। ସୂର୍ଯ୍ୟଦେବଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁତ୍ର ଯମରାଜ ନିଜର ତପ ଦ୍ୱାରା ସୂର୍ଯ୍ୟଦେବଙ୍କୁ ସୁସ୍ଥ କରିଥିଲେ। ସୂର୍ଯ୍ୟ ଦେବ ଜଳାଇଦେଇଥିଲେ ଶନି ଦେବଙ୍କ ଘର କୁଷ୍ଠ ରୋଗରୁ ମୁକ୍ତି ହେବା ପରେ ସୂର୍ଯ୍ୟଦେବ କ୍ରୋଧିତ ହୋଇ ଶନି ଏବଂ ଛାୟାଙ୍କ ଘର କୁମ୍ଭକୁ ଜଳାଇଦେଇଥିଲେ। ଯେଉଁ କାରଣରୁ ଛାୟା ଏବଂ ଶନି ଦେବ ବହୁତ ଦୁଃଖିତ ହେଲେ। ସେହିପରି ଅନ୍ୟପଟେ ଯମରାଜ ସୂର୍ଯ୍ୟଦେବଙ୍କୁ ଛାୟା ଏବଂ ଶନିଦେବଙ୍କ ସହ ଏପରି ନକରିବାକୁ ପରାମର୍ଶ ଦେଲେ। ଯାହାପରେ ସୂର୍ଯ୍ୟ ଦେବଙ୍କ କ୍ରୋଧ ଶାନ୍ତ ହେଲା। ଏହାପରେ ଗୋଟେ ଦିନ ସୂର୍ଯ୍ୟଦେବ ଶନି ଏବଂ ଛାୟାଙ୍କ ଘରକୁ ଗଲେ। ଶନିଦେବଙ୍କୁ ମିଳିଲା ବରଦାନ ସୂର୍ଯ୍ୟଦେବ ଦେଖିଲେ ଯେ ଶନି ଏବଂ ଛାୟାଙ୍କ ଘର ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଛି। ଶନି ଦେବଙ୍କ ଘର କେବଳ କଳା ରାଶି ହିଁ ପଡିଥିଲା। ଏମିତି ପରିସ୍ଥିତିରେ ଶନିଦେବ କଳା ରାଶିରେ ହିଁ ନିଜ ପିତାଙ୍କୁ ସ୍ୱାଗତ କଲେ। ଏହା ଦେଖି ସୂର୍ଯ୍ୟଦେବ ପ୍ରସନ୍ନ ହେଲେ, ଏବଂ ଦ୍ୱିତୀୟ ଘର ମକର ପ୍ରଦାନ କଲେ। ଏହାସହିତ ଏହା ବରଦାନ ବି ଦେଲେ ଯେ ଯେତେବେଳେ ସେ ମକର ସଂକ୍ରାନ୍ତିରେ ମକର ରାଶିରେ ପ୍ରବେଶ କରିବେ ସେତେବେଳେ ତାଙ୍କ ଘର ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ। ଯେଉଁ ବି ବ୍ୟକ୍ତି ଏହି ଦିନ କଳା ରାଶିରେ ସୂର୍ଯ୍ୟଦେବଙ୍କୁ ପୂଜା କରିବେ, ତାଙ୍କର ସମସ୍ତ କଷ୍ଟ ଦୂର ହୋଇଯିବ।

+3 प्रतिक्रिया 0 कॉमेंट्स • 0 शेयर