ମହାପ୍ରଭୁ

Bhabani Shankar Dash Jan 26, 2022

+5 प्रतिक्रिया 0 कॉमेंट्स • 0 शेयर
Bhabani Shankar Dash Jan 25, 2022

ମହାବାହୁ------ ଅଖିଳ ଜଗତ ନାଥ.. ତୁମ୍ଭେ ଥାଉଁ ଥାଉଁ କାହା ପାଦ ତଳେ ଲୋଟାଇବି ମୋର ମାଥ ମହାବାହୁ ଲୋଟାଇବି ମୋର ମାଥ ମହାବାହୁ---------!!0!! ଲାଜ ମାଡ଼େ ଏହିପାଇଁ ମହାବାହୁ ଲାଜ ମାଡ଼େ ଏହିପାଇଁ (2) ଇତର ମାନଙ୍କୁ ହାତ ମଳିବି କି ଇତର ମାନଙ୍କୁ ହାତ ମଳିବି କି ତୁମ୍ଭଙ୍କୁ ଛାଡି ଗୋସାଇଁ ମହାବାହୁ ତୁମ୍ଭଙ୍କୁ ଛାଡି ଗୋସାଇଁ ମହାବାହୁ---------!!1!! ଭଲେ ଅବଧାନ କର ମହାବାହୁ ଭଲେ ଅବଧାନ କର (2) ତୁମ୍ଭେ ବାହାରେ କେ ବଡ଼ ଜଣେ ଅଛି ତୁମ୍ଭେ ବାହାରେ କେ ବଡ଼ ଜଣେ ଅଛି କା ଆଗେ ଯୋଡିବି କର ମହାବାହୁ କା ଆଗେ ଯୋଡିବି କର ମହାବାହୁ---------!!2!! ତୁମ୍ଭେ ତ ବିଚିତ୍ର କର୍ମା ମହାବାହୁ ତୁମ୍ଭେ ତ ବିଚିତ୍ର କର୍ମା (2) ଆଉ ମୁଁ ସଂସାରେ କାହାକୁ କିମ୍ପାଇଁ ଆଉ ମୁଁ ସଂସାରେ କାହାକୁ କିମ୍ପାଇଁ ବୋଲିବି ବାବୁ ମଣିମା ମହାବାହୁ ବୋଲିବି ବାବୁ ମଣିମା ମହାବାହୁ---------!!3!! ଅଖିଳ ଜଗତ ନାଥ.. ତୁମ୍ଭେ ଥାଉଁ ଥାଉଁ କାହା ପାଦ ତଳେ ଲୋଟାଇବି ମୋର ମାଥ ମହାବାହୁ ଲୋଟାଇବି ମୋର ମାଥ ମହାବାହୁ---------!!4!! 🙏ଜୟ ଜଗନ୍ନାଥ ସ୍ୱାମୀ🙏

+5 प्रतिक्रिया 0 कॉमेंट्स • 2 शेयर
Bhabani Shankar Dash Jan 25, 2022

ତୁ ନକର ଚିନ୍ତା ଜଗା କାଳିଆ ରଥ ନିର୍ମାଣ ହେବ ତୋର ବଢିଆ... ଆମେ ଗୋପପୁର ଗୋପବାଳି ଷୋଳ ଚକା ହୋଇ ଯିବୁ ଗଡି(2) ଷୋଳ ସାଙ୍ଗ ତୋର ବରଜ ଗୋପାଳ ସାଜିବେ ଷୋଳ ବେଠିଆ ଘନ କାଳିଆ ତୁ ନକର ଚିନ୍ତା ଜଗା କାଳିଆ ରଥ ନିର୍ମାଣ ହେବ ତୋର ବଢିଆ ନନ୍ଦିଘୋଷ ରଥ ସାରଥୀ ସାଜିବ ରାଧିକା ରାଣୀ ତୋହର ଚକଡା ଉପରେ ମଜେଇ ମଜେଇ ବାଉ ଥିବୁ ବେଣୁ ତୋର(2) କଳା ମୁଖେ ଚନ୍ଦନ ବୋଳିବୁ କ୍ଷୀର ଖଣ୍ଡରେ ତୋତେ ମୋହିବୁ(2) ପଖାଳ ଖାଇବୁ ଘୋଳ ଦହି ନେବୁ ତୋ ପାଇଁ ଷୋଳ ମାଠିଆ ଲବଣି ଖିଆ ତୁ ନକର ଚିନ୍ତା ଜଗା କାଳିଆ ରଥ ନିର୍ମାଣ ହେବ ତୋର ବଢିଆ ଷୋଳକଳା ରୁ ତୁ ଏକ କଳା ନେଇ ଆସିଥିଲୁ ଗୋପପୁର ଷୋଳ ଋଣ ତୋର ସୁଝିବାକୁ କାହ୍ନା ଯିବୁଆମେ ନୀଳାଚଳ(2) ଷୋଳ କୁଞ୍ଜ କରିବୁ ପୁରୀ ରେ କେଳି କରିବୁ ଷୋଳ ପ୍ରକାରେ (2) ଷୋଳ ନାମ ତୋର ତୁଣ୍ଡରେ ଧରିଲେ ଛାଡ଼ିବୁ ମିଛ ଦୁନିଆ କେକୀ ଚୁଳିଆ ତୁ ନକର ଚିନ୍ତା ଜଗା କାଳିଆ ରଥ ନିର୍ମାଣ ହେବ ତୋର ବଢିଆ(2) ଆମେ ଗୋପପୁର ଗୋପବାଳି ଷୋଳ ଚକା ହୋଇ ଯିବୁ ଗଡି(2) ଷୋଳ ସାଙ୍ଗ ତୋର ବରଜ ଗୋପାଳ ସାଜିବେ ଷୋଳ ବେଠିଆ ଘନ କାଳିଆ ତୁ ନକର ଚିନ୍ତା ଜଗା କାଳିଆ ରଥ ନିର୍ମାଣ ହେବ ତୋର ବଢିଆ(3) 🙏ଜୟ କଳା ବାମନ🙏

+4 प्रतिक्रिया 0 कॉमेंट्स • 3 शेयर